News BREAKING

ପୁଲିସ ହେପାଜତ ବେଆଇନ ଅଟକ ଉପରେ ସୁପ୍ରିମକୋର୍ଟଙ୍କ ଛାଟ !

ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଉଜ୍ଜଳ ଭୂୟାଁ ଏବଂ ବିଚାରପତି ଅତୁଲ ଏସ୍. ଚନ୍ଦୁରକରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ 'ସୁଜିତ ଦାସ ଓ ଅନ୍ୟମାନେ ବନାମ ଭାରତ ସରକାର' ମାମଲାରେ ଅତ୍ୟନ୍ତ ସ୍ପଷ୍ଟ ଏବଂ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ, କୌଣସି ଅଭିଯୁକ୍ତ ବ୍ୟକ୍ତିଙ୍କୁ ବାସ୍ତବରେ ଅଟକ ରଖିବା ମୁହୂର୍ତ୍ତରୁ ହିଁ ୨୪ ଘଣ୍ଟାର ସାମ୍ବିଧାନିକ ହିସାବ ଆରମ୍ଭ ହେବ ଏବଂ ତା’ଠାରୁ ଅଧିକ ସମୟ ପୁଲିସ ହେପାଜତରେ ରଖିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଅଟେ ।


ପୁଲିସ ହେପାଜତରେ ପୋଲିସର ବେଆଇନ ଅଟକ ସମ୍ପର୍କରେ ନିକଟରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ତଥା ଐତିହାସିକ ରାୟ ଦେଇଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଉଜ୍ଜଳ ଭୂୟାଁ ଏବଂ ବିଚାରପତି ଅତୁଲ ଏସ୍. ଚନ୍ଦୁରକରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ 'ସୁଜିତ ଦାସ ଓ ଅନ୍ୟମାନେ ବନାମ ଭାରତ ସରକାର' ମାମଲାରେ ଅତ୍ୟନ୍ତ ସ୍ପଷ୍ଟ ଏବଂ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ, କୌଣସି ଅଭିଯୁକ୍ତ ବ୍ୟକ୍ତିଙ୍କୁ ବାସ୍ତବରେ ଅଟକ ରଖିବା ମୁହୂର୍ତ୍ତରୁ ହିଁ ୨୪ ଘଣ୍ଟାର ସାମ୍ବିଧାନିକ ହିସାବ ଆରମ୍ଭ ହେବ ଏବଂ ତା’ଠାରୁ ଅଧିକ ସମୟ ପୁଲିସ ହେପାଜତରେ ରଖିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଅଟେ ।
ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟଟି ତ୍ରିପୁରାର ଏକ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସେସ୍ (NDPS) ମାମଲାର ଅପିଲ୍ ଶୁଣାଣି ସମୟରେ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୯, ୨୦୨୫ ତାରିଖ ପ୍ରାୟ ଅପରାହ୍ନ ୨:୦୦ ଟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଚାରି ଜଣ ବ୍ୟକ୍ତିଙ୍କୁ ତଲାସି କରି ଅଟକ ରଖିଥିଲା । ସେମାନେ ସେହିଦିନ ଦିପହରୁ ସରକାରୀ ହେପାଜତରେ ରହିଥିଲେ ମଧ୍ୟ, ଏନ୍‌ସିବି କର୍ତ୍ତୃପକ୍ଷ ପରଦିନ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ପୂର୍ବାହ୍ନ ୧୧:୦୦ ରୁ ୧୧:୧୫ ମଧ୍ୟରେ ସେମାନଙ୍କର ଆନୁଷ୍ଠାନିକ ଗିରଫଦାରୀର କାଗଜପତ୍ର ପ୍ରସ୍ତୁତ କରିଥିଲେ। ପରେ ସେମାନଙ୍କୁ ସେହିଦିନ ଅପରାହ୍ନ ୪:୪୫ ସମୟରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା, ଯାହାକି ପ୍ରକୃତ ଅଟକ ମୁହୂର୍ତ୍ତରୁ ପ୍ରାୟ ୨୭ ଘଣ୍ଟା ଅଧିକ ହୋଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଦେଇଥିଲେ ଯେ, ଯେତେବେଳେ ପ୍ରକୃତ ଅଟକ ସମୟ ୨୪ ଘଣ୍ଟା ଅତିକ୍ରମ କରିଗଲା ଏବଂ ପୋଲିସ ହେପାଜତରେ ରଖିବା ପାଇଁ ମାଜିଷ୍ଟ୍ରେଟଙ୍କ କୌଣସି ଆଦେଶ ନ ଥିଲା, ସେହି ମୁହୂର୍ତ୍ତରୁ ହିଁ ଉକ୍ତ ବ୍ୟକ୍ତିମାନଙ୍କର ସାମ୍ବିଧାନିକ ଅଧିକାର ଭଙ୍ଗ ହୋଇଥିଲା। ତେଣୁ ସେମାନଙ୍କର ପରବର୍ତ୍ତୀ

Share this article