ଭାରତର ଦମଦାର ବିଜୟ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ୮ ୱିକେଟରେ ଜିତିଲା ଗିଲ୍ ବାହିନୀ । ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା । ଜବାବରେ ଭାରତ ଦମଦାର ବ୍ୟାଟିଂ କରି ୪୧.୪ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି । ଭାରତର ଏହି ବିଜୟର ମୁଖ୍ୟ ନାୟକ ରହିଥିଲେ ବିରାଟ କୋହଲି । ମ୍ୟାଚ୍ରେ ସେ ଜବରଦସ୍ତ ବ୍ୟାଟିଂ କରିବା ସହ ଶତକ ହାସଲ କରିଥିଲେ । କୋହଲି ୭୪ ବଲ୍ରେ ନିଜର ଶତକ ପୂରଣ କରିଥିଲେ । ବିରାଟଙ୍କ ସହ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା ।
ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିପକ୍ଷରେ ବିରାଟଙ୍କର ଏହା ଥିଲା ୫୫ତମ ODI ଶତକ । ଏହି ମ୍ୟାଚ୍ରେ କୋହଲିଙ୍କ ନିଜ ନାଁରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି । ଶତକ ପୂର୍ବରୁ ସେ ୧୫ ହଜାର ODI ରନ୍ ପୂରଣ କରି ଇତିହାସ ରଚିଥିଲେ । ମାତ୍ର ୩୦୩ଟି ପାରିରେ ଏହି ମାଇଲଷ୍ଟୋନ୍ରେ ପହଞ୍ଚି କୋହଲି ସଚିନ ତେନ୍ଦୁଲକରଙ୍କ ୩୭୭ ପାରିର ରେକର୍ଡକୁ ପଛରେ ପକାଇଥିଲେ । ତେବେ ପ୍ରାରମ୍ଭରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ୩୫ ବଲରେ ୩୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭାରତର ଚେଜ୍ରେ କୋହଲିଙ୍କ ସହ ଶୁଭମନ ଗିଲ୍ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । ଗିଲ୍ ଶତକୀୟ ପାରି ଖେଳିଥିବା ବେଳେ ଦୁଇ ବ୍ୟାଟରଙ୍କ ଭାଗୀଦାରି ଭାରତର ବିଜୟକୁ ମଜବୁତ କରିଥିଲା । ୧୦୮ ବଲରେ ୧୧୦ ରନ୍ କରି ଗିଲ୍ ଆଉଟ୍ ହେବା ପରେ କୋହଲି ଓ ରୁତୁରାଜ ଗାଏକୱାଡ୍ ଚେଜ୍କୁ ଆଗକୁ ନେଇଥିଲେ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ପାଇଁ ଜଷ୍ଟିନ୍ ଗ୍ରୀଭ୍ସ ଶତକୀୟ ପାରି ଖେଳିଥିଲେ । ସେ ୧୦୮ ବଲ୍ରୁ ୧୦୧ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିଲେ । ଶେଷ ପର୍ୟ୍ୟାୟରେ ଭାରତକୁ ବିଜୟ ପାଇଁ ଆବଶ୍ୟକ ରନ୍ ଖୁବ୍ କମ୍ ଥିବାବେଳେ କୋହଲିଙ୍କ ବ୍ୟାଟ୍ରୁ ଆସିଥିଲା ବଡ଼ ଶଟ୍ । ୪୧ ତମ ଓଭରର ତୃତୀୟ ଓ ଚତୁର୍ଥ ବଲରେ ଦୁଇଟି ଛକା ଲଗାଇ ଭାରତ ଲକ୍ଷ୍ୟ ଅତିକ୍ରମ କରିଥିଲା । ଆଜିର ମ୍ୟାଚରେ ବିରାଟ କୋହଲି ଅପରାଜିତ ରହି ୮୮ ଟି ବଲରେ ୧୩୯ ରନ କରିଛନ୍ତି । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ୧-୦ରେ ଆଗୁଆ ହୋଇଛି ।
