Sports
ଭାରତର ଦମଦାର ବିଜୟ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ୮ ୱିକେଟରେ ଜିତିଲା ଗିଲ୍ ବାହିନୀ । ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା । ଜବାବରେ ଭାରତ ଦମଦାର ବ୍ୟାଟିଂ କରି ୪୧.୪ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି । ଭାରତର ଏହି ବିଜୟର ମୁଖ୍ୟ ନାୟକ ରହିଥିଲେ ବିରାଟ କୋହଲି । ମ୍ୟାଚ୍ରେ ସେ ଜବରଦସ୍ତ ବ୍ୟାଟିଂ କରିବା ସହ ଶତକ ହାସଲ କରିଥିଲେ । କୋହଲି ୭୪ ବଲ୍ରେ ନିଜର ଶତକ ପୂରଣ କରିଥିଲେ । ବିରାଟଙ୍କ ସହ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା ।
